ପୁଣି ୪ ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟର ଆଉ ୪ଟି ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ କାର୍ଯ୍ୟକାରୀ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି। ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ଜିଲ୍ଲାଗୁଡିକ ହେଲା କେନ୍ଦ୍ରାପଡା, ନୟାଗଡ଼, ବଲାଙ୍ଗୀର ଓ ବରଗଡ଼। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବା। ଜିଲ୍ଲାରେ ବାଣିଜ୍ୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଯାନବାହନ ଚଳାଚଳ, ହେଟେଲ, ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସେବାକୁ ଅନୁମତି ମିଳିବ।

ନୟାଗଡ଼ରେ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ। କିନ୍ତୁ ସଟ୍‌ଡାଉନ ଦିନ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ଜିନିଷ ସଂପୂର୍ଣ୍ଣ ବନ୍ଦ ରହିବ। ନୟାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୩ଟି ଓ୍ଵାର୍ଡରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ପୂର୍ବରୁ ୧୦ଟି ଜିଲ୍ଲାକୁ ସଟ୍‌ଡାଉନ ତାଲିକାରେ ରଖାଯାଇଛି। ଏଗୁଡ଼ିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା। ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ବରଗଡ଼ ଓ କେନ୍ଦ୍ରାପଡ଼ା ଏହି ତାଲିକାରେ ସାମିଲ ହୋଇଛି।

ମତାମତ ଦିଅନ୍ତୁ ।