ପୁରୀ : ସୁନାବେଶରେ ଶ୍ରୀଜିଉ

ଭୁବନେଶ୍ଵର : ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ବହୁ ପ୍ରତିକ୍ଷୀତ ସୁନାବେଶ ଆରମ୍ଭ ହୋଇ ଯାଇଛି। ମହାପ୍ରଭୁଙ୍କ ଏହି ବେଶ ୪ଟାରୁ ଆରମ୍ଭ ହୋଇଯାଇଛି । ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୨୦୦ କିଲୋ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧି ଭକ୍ତମାନଙ୍କୁ ରଥ ଉପରୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କୁ ଆତକାନି, ଘାଘରାମାଳ, କିରିଟି, ପାନପତରି ଆଦି ଅଳଙ୍କାର ପରିଧାନ କରାଯାଇଛି।

ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କର ଅଳଙ୍କାର ଗୁଡ଼ିକ ଅଣାଯାଇ ତିନି ରଥ ଉପରକୁ ନିଆଯାଇଥିଲା। ତିନି ଠାକୁରଙ୍କୁ ସୁନାରେ ସଜାଇବା ପାଇଁ ପ୍ରାୟ ଅଧ ଘଣ୍ଟା ଲାଗିଥିଲା। ମହାପ୍ରଭୁଙ୍କ ଅଳଙ୍କାର ଗୁଡ଼ିକ ଶ୍ରୀମନ୍ଦିର ପରିସରରୁ କଡ଼ାସୁରକ୍ଷା ମଧ୍ୟରେ ରଥ ଉପରକୁ ନିଆଯାଇଥିଲା।

ମତାମତ ଦିଅନ୍ତୁ ।