ପୁରୁଣା ଗାଡ଼ି ଚଳାଚଳ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ : ଏଣିକି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଆଉ ରାସ୍ତାରେ ଚଳାଚଳ କରିପାରିବନି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସ୍କ୍ରାପ୍ ପଲିସି ଆଣୁଛନ୍ତି।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ୧୪ ଅକ୍ଚୋବରରେ ରାଜ୍ୟକୁ ଗାଇଡ୍‌ଲାଇନ୍ ଦେଇଥିବା ବେଳେ ନଭେମ୍ବର ୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏଥିରେ ରାଜ୍ୟରେ ସ୍କ୍ରାପ୍ ଅଥରାଇଜଡ୍ ସେଣ୍ଟର ଖୋଲିବା ସହ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ ରହିଛି। ପୁରୁଣା ଗାଡ଼ି,  ନିଆଁ ଲାଗି କିମ୍ବା ଦୁର୍ଘଟଣାରେ ନଷ୍ଟ ହୋଇଥିବା, ଦଙ୍ଗା ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ସ୍ଥିତିରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଗାଡ଼ିକୁ କିଭଳି ସ୍କ୍ରାପ୍ ଦରରେ ବିକ୍ରି କରାଯିବ ସେନେଇ ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି। ଏହିସବୁ ଗାଡ଼ିର ବିକ୍ରି ସାର୍ଟିଫିକେଟ୍‌କୁ ନୂଆ ଗାଡ଼ି କିଣିବା ବେଳେ ଦେଖାଇଲେ ରିହାତି ମିଳିବାର ବ୍ୟବସ୍ଥା ରହିଛି। ଏହି ନିୟମ କାର୍ଯ୍ୟକାରୀ ହେଲେ ୨୦୧୫ ସୁଦ୍ଧା ଏଣ୍ଡ ଅଫ୍ ଲାଇଫ୍ ବା ପରମାୟୁ ସରିଥିବା ୮୭ ଲକ୍ଷରୁ ଅଧିକ ଗାଡି ଚାଲିପାରିବ ନାହିଁ।

ମତାମତ ଦିଅନ୍ତୁ ।