ପୁଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା

ବାଲେଶ୍ୱର : ଗ୍ୟାଙ୍ଗଷ୍ଟର୍‌ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା ଓରଫ ଚିନ୍ମୟକୁ ବାଲେଶ୍ୱର ପୋଲିସ ଗିରଫ କରିଛି। ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ଏକ ସ୍ପେଶାଲ୍‌ ଟିମ୍‌ କଟକରୁ ଚିନ୍ମୟକୁ ଗିରଫ କରିବାରେ ସଫଳ ହୋଇଥିଲା। ତା’ ନାମରେ ବିଭିନ୍ନ ଥାନାରେ ବହୁ ହତ୍ୟା ଓ ଅପରାଧିକ ମାମଲା ରହିଛି। ୨୦୧୬ରେ ଗ୍ୟାଙ୍ଗଷ୍ଟର୍ ଖାସୁଆ ଓରଫ ସୁଶାନ୍ତ ଦାସକୁ ହତ୍ୟାକରି ସେ ଫେରାର ହୋଇ ଯିବାରୁ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ତାକୁ ପଳାତକ ଘୋଷଣା କରିଥିଲେ। ସେହିଭଳି ମାଣିଖମ୍ୱର ଟ୍ରେଲର୍‌ ଓ ଟ୍ରକ ବ୍ୟବସାୟୀ ହେମନ୍ତ ମହାପାତ୍ରଙ୍କୁ ସେ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।