Breaking Newsରାଜ୍ୟ

ପୂଜା ପୂର୍ବରୁ ଭାଙ୍ଗିଲା ବଡ଼ଠାକୁରଙ୍କ ଅଧରପଣା ହାଣ୍ଡି

ପୁରୀ: ଆଜି ଶ୍ରୀଜିଉମାନଙ୍କ ଅଧରପଣା ବେଳେ ରଥ ଉପରେ ଘଟିଛି ଅଘଟଣ। ଶ୍ରୀଜିଉମାନଙ୍କ ପାଇଁ ଅଧରପଣା ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗି ଯାଇଛି। ଫଳରେ ପୂଜା ପୂର୍ବରୁ ପଣା ଢାଳି ହେବ ସହ ରଥ ଉପରେ ପଣା ପାଣି ବୋହି ଯାଇଛି। ଏହି ଅଘଟଣ ପରେ ସେବାୟତମାନେ ପୁଣି ଥରେ ନୂଆ ହାଣ୍ଡିକୁ ରଖି ପଣା ପ୍ରସ୍ତୁତିରେ ଲାଗିପଡିଥିଲେ।

ତେବେ ରଥ ଉପରେ ଏଭଳି ଅଭାବନୀୟ ଘଟଣାକୁ ସେବାୟତ, ଶ୍ରଦ୍ଧାଳୁ ଓ ଭକ୍ତମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ରଥ ଉପରେ ଆଗରୁ ଏଭଳି ଘଟଣା ଘଟିଥିବା ଜଣାନାହିଁ। ତେଣୁ ଭକ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ମତାମତ ଦିଅନ୍ତୁ ।

Back to top button