ପୂଜା ୫ଦିନ ‘ମୋ ବସ୍’ ଚଳାଚଳ ଅପରାହ୍ନ ୨ଟାରେ ବନ୍ଦ

ଭୁବନେଶ୍ଵର : ଦୁର୍ଗାପୁଜା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ସନ୍ଧ୍ୟାରେ ଭିଡ଼କୁ ନଜରରେ ରଖି ‘ମୋ ବସ୍’ ଚଳାଚଳରେ ପରିବର୍ତ୍ତନ କରାଯାଇଛି। କ୍ରୁଟ୍ ପକ୍ଷରୁ ଅକ୍ଟୋବର ୫ରୁ ୯ତାରିଖ ପର୍ୟ୍ୟନ୍ତ ଅପରାହ୍ନ ୨ଟା ପରେ ମୋ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଭୁବନେଶ୍ଵର, କଟକ ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ମୋ ବସ ଗୁଡ଼ିକ ପୂଜା ୫ଦିନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଳାଚଳ କରିବ। ଅପରାହ୍ନ ୨ଟା ପରଠାରୁ ବଶସେବା ବନ୍ଦ ରଖାଯିବ ବୋଲି ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।