ପୂର୍ବତନ ବିଧାୟିକାଙ୍କ କାର୍ ଧକ୍କାରେ ମହିଳାଙ୍କ ଜୀବନ ଗଲା

ଭୁବନେଶ୍ଵର : ଖୋର୍ଦ୍ଧା ଜିଲ୍ଲାର କହ୍ନେଇପୁର ଛକରେ ଏକ କାର୍‌ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ଛଇଳ ଘଡ଼େଇ ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ୩ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଦୁର୍ଘଟଣା ଘଟାଇଥିବା କାର୍‌ଟି ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କର ବୋଲି ଜଣାପଡିଛି।

ଖବର ଅନୁଯାୟୀ ସୋମବାର ଏକ ସ୍କୁଟିରେ ଛଇଳ ଦୁଇପିଲା ଓ ନଣନ୍ଦେଇଙ୍କ ସହ ବାପଘର ନାଚୁଣୀର କୁମାଣ୍ଡଳ ଗାଁରୁ ନୟାଗଡ଼ ଓଡ଼ଗାଁର ଶଙ୍ଖେଇ ଯାଉଥିଲେ। କହ୍ନେଇପୁର ଛକଠାରେ ବିଧାୟିକାଙ୍କ କାର୍ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଛଇଳଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କାର୍ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ନନ୍ଦିନୀ ଦେବୀ ଥିଲେ। ତାଙ୍କୁ ପୋଲିସ ଅନ୍ୟ ଏକ ଗାଡ଼ିରେ ବସାଇ ଘଟଣାସ୍ଥଳରୁ ପଠାଇ ଦେଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।