ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ

ବ୍ରଜରାଜନଗର : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ ଡ଼ାଇବେଟିସ୍‍ ଓ ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଜଟିଳ ହେବାରୁ ଶନିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସଫୁସରେ ପାଣି ଜମିବା ସହିତ ହୃତ୍‍ପିଣ୍ଡର ଗତି କମ ହୋଇଥିବା ଡ଼ାକ୍ତରମାନେ ଜାଣିବାକୁ ପାଇଥିଲେ। ରାଧାରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଆଡ଼କୁ ଗତି କରିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ରବିବାର ତାଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଥିବା ରାଧାରାଣୀ ପଣ୍ଡାଙ୍କ ସ୍ୱାମୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।

ମତାମତ ଦିଅନ୍ତୁ ।