ପୂର୍ବ ଇଣ୍ଡୋନେସିଆରେ ଭୂମିକମ୍ପ

ନୂଆଦିଲ୍ଲୀ : ପୂର୍ବ ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପରେ ଆଜି ସକାଳ ୮: ୪୬ରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬. ୫। ମାଲୁକୁ ପ୍ରଦେଶର ଆମ୍ବୋନ ଉତ୍ତରପୂର୍ବ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୩୭ କିଲୋମିଟର ଦୂର ଏବଂ ଭୂଗର୍ଭର ୨୯ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବା କହିଛି ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ। ତେବେ ସମ୍ପୃକ୍ତ ଅଞ୍ଚଳରେ କ୍ଷୟକ୍ଷତି ଓ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ।

ମତାମତ ଦିଅନ୍ତୁ ।