ପେଟ୍ରୋଲ ଓ ଡିଜେଲ ସାମାନ୍ୟ କମିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ନିମ୍ନଗାମୀ ହୋଇଛି। ପାଖାପାଖି ମାସେ ପରେ ତେଲ ଦର ସାମନ୍ୟ ହ୍ରାସ ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୨୯ ପଇସା ହ୍ରାସ ହୋଇ ୭୩.୩୧ପଇସା ହୋଇଥିବା ବେଳେ ଡିଜେଲ୍ ୨୦ ପଇସା କମି ହୋଇଛି ୭୨.୨୪ ପଇସା। ସେହିପରି ଦେଶର ୪ ମେଟ୍ରୋ ସହରରେ ପେଟ୍ରୋଲ ଦର ୧୮-୧୯ ପଇସା ହ୍ରାସ ହୋଇଥିବା ବେଳେ ଡିଜେଲ ଦର ୮-୯ ପଇସା କମିଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୮ ପଇସା ଓ ଡିଜେଲ ୮ ପଇସା କମିଛି। ମୁମ୍ୱାଇ ଓ କୋଲକତାରେ ପେଟ୍ରୋଲ ୧୮ ପଇସା, ଚେନ୍ନାଇରେ ୧୯ ପଇସା କମିଛି। ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ୨୮ ପଇସା ଓ ଡିଜେଲ୍ ୧୪ ପଇସା ପ୍ରତି ଲିଟର ଶସ୍ତା ହୋଇଥିଲା।

ମତାମତ ଦିଅନ୍ତୁ ।