ପୋଲିସବାବୁଙ୍କୁ ଡ୍ୟୁଟି ସମୟରେ ମୋବାଇଲ୍ ମନା

ନୂଆଦିଲ୍ଲୀ : ରାଜସ୍ଥାନରେ ଏବେ ଡ୍ଯୁଟି ସମୟରେ ପୋଲିସ କର୍ମଚାରୀ ନିଜ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ । ପୋଲିସବାବୁମାନେ ଡ୍ୟୁଟି ଆରମ୍ଭ କରିବା ପୂର୍ବରୁ ନିଜ ପ୍ରଭାରୀ ପାଖରେ ନିଜ ମୋବାଇଲ୍ ଫୋନ୍ ଜମାକରିବେ । ଏହି ଆଦେଶ ଡିଜିପି ଲ ଆଣ୍ଡ ଅର୍ଡର ଏମଏଲଏ ଲାଠର ଦ୍ୱାରା ଜାରି କରାଯାଇଛି ।

ଏହି ନିୟମ ପରେ ଏବେ ପ୍ରଦେଶରେ ଡ୍ୟୁଟି ସମୟରେ କୌଣସି ବି ପୋଲିସ କର୍ମୀ ନିଜ ଫୋନକୁ ବ୍ୟବହାର କରିପାରିବେ ନାହିଁ । ଡିଜିପିଙ୍କ ଦ୍ୱାରା ଏହି ଆଦେଶ ରାଜ୍ଯର ଆଇନ୍ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଗ୍ରହଣ କରାଯାଇଛି । ପୂର୍ବରୁ ଅନେକ ଥର ପୋଲିସ ବାବୁମାନେ ଡ୍ୟୁଟି ସମୟରେ ମୋବାଇଲ୍ ଚଲାଉଥିବା ନଜର ଆସୁଥିଲେ କିମ୍ବା ହ୍ୱାଟ୍ସଆପରେ ଚାଟିଂ କରୁଥିବା ନଜର ଆସୁଥିଲେ । ଏଥିପାଇଁ ଆଇନ୍ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ପରେ ଏବେ ପୋଲିସ କର୍ମୀ ବିଆଇପି ମୁଭମେଣ୍ଟ, ଧାରଣା ପ୍ରଦର୍ଶନ ସମୟରେ ମଧ୍ୟ ନିଜ ମୋବାଇଲ୍ ଫୋନର ପ୍ରୟୋଦ କରିପାରିବେ ନାହିଁ । ପୋଲିସକର୍ମୀଙ୍କ ଡ୍ୟୁଟି ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଯୋଗୁଁ ଆଇନ୍ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।

ମତାମତ ଦିଅନ୍ତୁ ।