ପୋଲିସ ଅଧିକାରୀଙ୍କୁ ‘୫-ଟି’ ସମ୍ପର୍କରେ ବୁଝାଇଲେ ସଚିବ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଛି ମୋ ସରକାର କାର୍ଯ୍ୟକ୍ରମ। ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବାକୁ ଚାଲିଛି ପ୍ରୟାସ। ଏହି ଅବସରରେ ପ୍ରଥମ ଥର ପାଇଁ ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିୟାନ୍। ‘୫-ଟି’ ଓ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ସେ ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

ଥାନାରେ କିପରି ‘୫-ଟି’ କାର୍ଯ୍ୟକାରୀ ହେବ ତାହାର ସଂପୂର୍ଣ୍ଣ ରୂପରେଖ ପୋଲିସ ବାବୁମାନଙ୍କୁ ବୁଝାଇ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ, ଭଲ କାମ କଲେ, ଲୋକଙ୍କ ପ୍ରତିକ୍ରିୟା ଭଲ ରହିଲେ ପଦୋନ୍ନତି ମିଳିବ। କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ। ପୋଲିସ ବାବୁଙ୍କୁ ‘୫-ଟି’ କଣ ବୁଝାଇବା ବେଳେ ‘୫-ଟି’ ସଚିବ ବିଭିନ୍ନ ଜିଲ୍ଲାର ଏସପି ଓ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ସହ ଭିଡିଓ କନଫରେନ୍‌ସ ଜରିଆରେ ଆଲୋଚନା ମଧ୍ୟ କରିଥିଲେ।

ମତାମତ ଦିଅନ୍ତୁ ।