ପୋଲିସ ଏନ୍‌କାଉଣ୍ଟରରେ ୪ ଅପରାଧୀ ଆହତ

ଭୁବନେଶ୍ଵର : ବ୍ରଜରାଜନଗର ମଧୁପୁର ଜଙ୍ଗଲରେ ଗତକାଲି ରାତିରେ ପୋଲିସ ଏନ୍‌କାଉଣ୍ଟର୍‌ କରିଛି। ପୋଲିସ ଗୁଳିରେ ୪ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ ଓ ରଫିକ ଅନସାରୀ।

ଖବର ଅନୁଯାୟୀ ମଙ୍ଗଳବାର ରାତିରେ ବ୍ରଜରାଜନଗରସ୍ଥିତ ଲକ୍ଷ୍ମୀ କାଫେରେ ସୁମିତ ଘୋଷ (ମଣ୍ଟୁ) ନାମକ ଜଣେ ବ୍ୟକ୍ତି ବସିଥିବା ବେଳେ ଏହି ଚାରି ଜଣ ତାଙ୍କୁ ଲକ୍ଷ୍ୟକରି ୪ ରାଉଣ୍ଡ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଦକ୍ଷେପ ନେଇଥିଲେ। ଗୁଳୁକାଣ୍ଡ ଘଟାଇ ଅଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ବ୍ରଜରାଜନଗରକୁ ଚାରିଆଡ଼ୁ ସିଲ୍‌ କରି ଦେଇଥିଲା। ଫଳରେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ୪ ଅଭିଯୁକ୍ତଙ୍କ ମୁହାଁମୁହିଁ ହୋଇଥିଲେ। ଆଉ ପୋଲିସ ଗୁଳିରେ ଅଭିଯୁକ୍ତମାନେ ଆହତ ହୋଇଥିଲେ।

ମତାମତ ଦିଅନ୍ତୁ ।