ପୋଲିସ ହେଡକ୍ୱାର୍ଟର ଉପରେ ଆକ୍ରମଣ : ୧୨ ମୃତ୍ୟୁ, ୮୦ ଆହତ

ନୂଆଦିଲ୍ଲୀ : ଆଫଗାନିସ୍ତାନର କାନ୍ଦାହାରରେ ଗୁରୁବାର ରାତିରେ ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ପୁଲିସ ମୁଖ୍ୟାଳୟ ସାମ୍ନାରେ କାର ବୋମା ବିସ୍ଫୋରଣ କରିଥିଲେ ।

ସୂଚନା ମୁତାବକ ମୁଖ୍ୟାଳୟ ବାହାରେ ଦୁଇ ଥର ବିସ୍ଫୋରଣ ହୋଇଥିଲା । ପୋଲିସ କମିଶନର ତଦିନ ଖାଁ କହିଛନ୍ତି ଯେ ଆତଙ୍କବାଦୀମାନେ ପୁଲିସର ନାରକୋଟିକସ ଦପ୍ତର ଉପରେ ଆକ୍ରମଣ କରିଥିଲେ । ବିସ୍ଫୋରଣ କରିବା ପରେ ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଆଖିବୁଜା ଗୁଳିଚାଳନା କରିଥିଲେ । ତେବେ ସୁରକ୍ଷାକର୍ମୀ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ ।

ମତାମତ ଦିଅନ୍ତୁ ।