ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଫଳ, ୧୪,୬୨୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ଗୁରୁବାର ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି। ମୋଟ୍‌ ୧୪ ହଜାର ୬୨୭ ଜଣ ପରୀକ୍ଷା ଦେଇଥିବା ବେଳେ ୧୪ ହଜାର ୬୨୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବି.ଟେକ୍‌ରେ ରବୀନ୍ଦ୍ର ବେହେରା, ଏମ୍‌ବିଏରେ ଚନ୍ଦନ ପାତ୍ରଙ୍କୁ ଅଧିକ ନମ୍ବର ମିଳିଥିବା ବେଳେ ଏମସିଏରେ ଅନୀଷ ଅଗ୍ରଓ୍ଵାଲ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ବି ଫାର୍ମରେ ପ୍ରଦୀପ ସାହୁ, ଏମ୍‌ ଫାର୍ମରେ ବିଶାଲ ସିଂ ଅଧିକ ନମ୍ବର ପାଇଛନ୍ତି।

ମତାମତ ଦିଅନ୍ତୁ ।