ପ୍ରଚାର ସମୟ ହ୍ରାସ କଲେ ନିର୍ବାଚନ କମିଶନ

0

କୋଲକାତା : ପଶ୍ଚିମବଙ୍ଗର କୋଚବେହାର ଜିଲ୍ଲାରେ ଭୋଟ ଗ୍ରହଣ ବେଳେ ହିଂସାକାଣ୍ଡ ଘଟିବାରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ପଶ୍ଚିମବଙ୍ଗର ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସମୟକୁ ହ୍ରାସ କରିଛନ୍ତି। ପୂର୍ବରୁ ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିଲା। ଏବେ ଏହାକୁ କରାଯାଇଛି ୭୨ ଘଣ୍ଟା। ଅର୍ଥାତ ମତଦାନର ୩ ଦିନ ପୂର୍ବରୁ ପ୍ରଚାର ବନ୍ଦ।

କେବଳ ସେତିକି ନୁହେଁ ହିଂସା ଘଟିଥିବା କୋଚବେହାର ଜିଲ୍ଲାରେ ନେତାଙ୍କ ପ୍ରବେଶ ଉପରେ ନିର୍ବାଚନ କମିଶନ ରୋକ ଲଗାଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ରାଜନୈତିକ ଦଳର ନେତା ସେଠାକୁ ଯାଇପାରିବେନି ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଆସନ୍ତାକାଲି ଟିଏମସି ସୁପ୍ରିମୋ ମମତା ଗୁଳିକାଣ୍ଡକୁ ବିରୋଧ କରି କୋଚବେହାର ଯିବାର ଥିଲା। ସେ ବିକ୍ଷୋଭ କରିବା ସହ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟି ଥାଆନ୍ତେ।

Leave A Reply

Your email address will not be published.