ପ୍ରଧାନମନ୍ତ୍ରୀଙ୍କ ଝିଆରୀ ହାତରୁ ଲୁଟେରା ଝାମ୍ପି ନେଲା ଫୋନ୍‌ ଓ ୫୬ ହଜାର ଟଙ୍କା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଲୁଟ୍‌ର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ଦମୟନ୍ତୀ ବେନ୍‌ ମୋଦୀ। ସିଭିଲ୍‌ ଲାଇନ୍ସ ଅଞ୍ଚଳ ପୋଲିସ ଷ୍ଟେସନ୍‌ରେ ଶନିବାର ଦମୟନ୍ତୀ ତାଙ୍କ ପର୍ସ ଲୁଟ୍‌ ହୋଇଥିବା ଅଭିଯୋଗ କରିଛନ୍ତି। ଗୁଜୁରାଟୀ ସମାଜ ଭବନ ସାମ୍ନାରେ ଏହି ଲୁଟ ହୋଇଥିବା ସେ କହିଛନ୍ତି।

ଦମୟନ୍ତୀ ବେନ୍‌ ମୋଦୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇଙ୍କ ଝିଅ। ସେ ଶନିବାର ସକାଳେ ଅମ୍ରିତସରରୁ ଦିଲ୍ଲୀ ଫେରିବା ବାଟରେ ତାଙ୍କ ସହ ଏପରି ଅଘଟଣ ଘଟିଛି। ସେ ରିପୋର୍ଟରେ ଦର୍ଶାଇଛନ୍ତି ଯେ ତାଙ୍କ ପର୍ସରେ ୫୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଥିଲା। ଏହାବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ରହିଥିଲା। ସେ କହିଛନ୍ତି ସଂଧ୍ୟାରେ ତାଙ୍କର ବିମାନ ଯାତ୍ରା କରିବାର ଥିଲା। ମାତ୍ର ସମସ୍ତ କାଗଜପତ୍ର ହଜିଯାଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।