ପ୍ରଫେସର ଗୋବିନ୍ଦ ଚକ୍ରପାଣି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଡ. ହରିହର ହୋତା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର : ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ହରିହର ହୋତାଙ୍କୁ ପୁରୀ ଶ୍ରୀଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟର କୁଳପତି ହେଲେ। ଆଜି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏ ଦୁଇ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।

ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ଜଣେ ଜଣାଶୁଣା ଭୂତତ୍ତ୍ୱବିତ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜୁଲୋଜିରେ ସ୍ନାତକ ଡିଗ୍ରୀ କରିବା ପରେ ଆଇଆଇଟି ବମ୍ବେରୁ ଆପ୍ଲାଏଡ ଜୁଲୋଜିରେ ଏମଏସସି ହାସଲ କରିଛନ୍ତି। ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସେ ପରିବେଶ ବିଜ୍ଞାନରେ କରିଛନ୍ତି ପିଏଚଡି। ଏବେ ଆଇଆଇଟି ରୁରକୀରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ପ୍ରଫେସର ହରିହର ହୋତା ଏବେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୁତ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଓ ପିଜି କାଉନସିଲର ଅଧ୍ୟକ୍ଷ ଅଛନ୍ତି। ସେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି। ତାଙ୍କର ରହିଛି ୩୦ ବର୍ଷର ଅଧ୍ୟାପନା ଅଭିଜ୍ଞତା।

ମତାମତ ଦିଅନ୍ତୁ ।