ପ୍ରବଳ ବର୍ଷା: କନ୍ଧମାଳ-କଳାହାଣ୍ଡି ବିଚ୍ଛିନ୍ନ

ଭୁବନେଶ୍ଵର : ପ୍ରବଳ ବର୍ଷା ଯୋଗୁ କନ୍ଧମାଳ-କଳାହାଣ୍ଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୫୯ ନମ୍ବର ଜାତୀୟ ରାଜପଥର ମୁଣ୍ଡିଗଡ଼ ଓ ମଣ୍ଡଳପଦର ଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇଯିବାରୁ ସୃଷ୍ଟି ହୋଇଥିଲା ଏହି ପରିସ୍ଥିତି। ସେପଟେ କୁର୍ତ୍ତମଗଡ଼ ଠାରୁ ସିର୍ଲା ପଞ୍ଚାୟତ ଯିବା ରାସ୍ତାର ସ୍ଲିକିଠାରେ ଥିବା ପୋଲଟି ଭାଙ୍ଗିଯାଇଛି। ଫଳରେ ସିର୍ଲା, ପାରିଗଡ଼ ପଞ୍ଚାୟତକୁ ଯୋଗାଯୋଗ ପ୍ରଭାବିତ ହୋଇଛି। ସେହିପରି ଉତ୍ତେଇ ନଦୀରେ ବର୍ଷା ଜଳ ପ୍ରବାହିତ ଯୋଗୁଁ ଲଙ୍କାଗଡ଼, ଭଣ୍ଡାରଙ୍ଗୀ ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ବେଲଘର-ଝିରିପାଣି ରାସ୍ତାରେ ଚାଉଳଧୁଆ ନଦୀରେ ଅଧିକ ବର୍ଷା ଜଳ ପ୍ରବାହିତ ହେବାରୁ ଝିରିପାଣି ପଞ୍ଚାୟତ ଏବଂ ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ୫ପଞ୍ଚାୟତରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।