ପ୍ରଶ୍ନପତ୍ର ପହଞ୍ଚିବା ବିଳମ୍ବର ସମୀକ୍ଷା ହେବ: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ଵର : ଏକକ ପରୀକ୍ଷା ପ୍ରଶ୍ନପତ୍ର ପହଞ୍ଚିଥିବାରେ କାହିଁକି ବିଳମ୍ବ ହେଲା ତାହାର ସମୀକ୍ଷା କରାଯିବ। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ପ୍ରଥମ ଥର ପାଇଁ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ହୋଇଥିବାରୁ କିଛି ସ୍ଥାନରେ ଅସୁବିଧା ଉପୁଜିଛି। ସ୍ୱଳ୍ପ ସମୟ ଓ ଅଚାନକ ବର୍ଷା ଯୋଗୁଁ ପ୍ରଶ୍ନପତ୍ର ପହଞ୍ଚିବାରେ ବିଳମ୍ବ ହୋଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ସବୁ ମହଲରେ ଗ୍ରହଣୀୟ ହୋଇଥିବା ବେଳେ ବର୍ଷାଯୋଗୁ କିଛିଟା ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଅନ୍ୟ କେତେକ କାରଣରୁ ପିପିଲି, ପୁରୀ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ଵର ଆଦି ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚି ନଥିବା ବେଳେ ଆଉ କେତେକ ସ୍ଥାନରେ ଆବଶ୍ୟକତାଠାରୁ କମ୍‌ ପ୍ରଶ୍ନପତ୍ର ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏଭଳି କାହିଁକି ହେଲା ତାହାର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ମତାମତ ଦିଅନ୍ତୁ ।