ପ୍ରସ୍ତୁତ ହେଉଛି ବିଲ୍ : ଜେଲ ଯିବେ ଧର୍ମ ପରିବର୍ତ୍ତନ କରାଉଥିବା ଦଲାଲ !

ନୂଆଦିଲ୍ଲୀ : ମୁସଲମାନ ମହିଳାଙ୍କୁ ସଶକ୍ତ କରୁଥିବା ଟ୍ରିପଲ ତଲାକ ବିଲ ପାସ କରିବା ଏବଂ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ମୋଦୀ ସରକାର ଧର୍ମାନ୍ତୀକରଣ ବିରୋଧ ବିଲ ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନା କରିବା ନେଇ ଚିନ୍ତା କରୁଛନ୍ତି । ବିଜେପି ସହ ଜଡିତ ଥିବା ଅନେକ ବରିଷ୍ଠ ନେତା ଏବଂ ବ୍ୟକ୍ତିବିଶେଷ ମାନେ ପୂର୍ବରୁ ଏହି ପ୍ରସଙ୍ଗକୁ ଉଠାଇ ସାରିଛନ୍ତି । ଧର୍ମାନ୍ତୀକରଣ ଖବର ପୂର୍ବୋତ୍ତର, କେରଳ, ଏବଂ ଉତ୍ତର ପ୍ରଦେଶରୁ ଅଧିକାଂଶ ସମୟରେ ଆସିଥାଏ । ଯେଉଁଠାରେ ଡରାଇ, ଧୋକା ଦେଇ କିମ୍ୱା ଲାଞ୍ଚ ଦେଇ ଗରୀବ ଅଶିକ୍ଷିତ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା କଥା ସାମ୍ନାକୁ ଆସିଥାଏ । ମୋଦୀ ସରକାର ଆଗମୀ ଅଧିବେଶରେ ଧର୍ମାନ୍ତରଣ ଆଇନ ଆଣିପାରନ୍ତି । 

ପ୍ରଥମ ମୋଦୀ ସରକାରରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଥିବା ଭେଙ୍କୟା ନାଇଡୁ ସବୁ ଦଳକୁ ଧର୍ମାନ୍ତୀକରଣ ରୋକିବା ଉପରେ ଆଇନ ଆଣିବା ପାଇଁ ଅପିଲ କରିଥିଲେ, କିନ୍ତୁ ଏହା ସେହି ସମୟରେ ହୋଇ ସମ୍ଭବ ହୋଇ ନଥିଲା । ଏବେ ମୋଦୀ ସରକାର ୨.୦ ପୁଣି ଥରେ ଏହି ବିଲକୁ ଆଗତ କରିବା ପାଇଁ ଚିନ୍ତା କରୁଛନ୍ତି । ବିଜେପି ନେତା ଏବଂ ସୁପ୍ରିମକୋର୍ଟର ବିରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଧର୍ମାନ୍ତୀକରଣର ବିରୋଧରେ ଆଇନ ଆଣିବା ପାଇଁ ଦୀର୍ଘ ସମୟର ଧରି ଆଭିଯାନ ଜାରି ରଖିଛନ୍ତି । ଏଥିପାଇଁ ସେ ପିଏମ ମୋଦୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । 

ଏଥିସହ ଅଶ୍ୱିନୀ ଉପାଧ୍ୟାୟଙ୍କ କହିବା ଅନୁସାରେ, ଲାକ୍ଷ୍ୟାଦ୍ୱୀପ ଏବଂ ମିଜୋରାମରେ ହିନ୍ଦୁ ମାତ୍ର ୨.୫ % ଏବଂ ନାଗାଲେଣ୍ଡରେ ୮.୭୫ % ରହିଛନ୍ତି । ସେହିପରି ମେଘାଳୟରେ ୧୧%, କାଶ୍ମୀରରେ ୨୮ %, ଅରୁଣାଚଳ ପ୍ରଦେଶରେ ୨୯ % ଏବଂ ମଣିପୁରରେ ୩୦ % ରହିଛନ୍ତି । ଯଦି ଏହାକୁ ନ ରୋକାଯାଏ ତେବେ ଆଗାମୀ ୧୦ ବର୍ଷରେ ସ୍ଥିତି ଅତ୍ୟାଧିକ ଭୟଙ୍କର ହେବ ବୋଲି ସେ କହିଛନ୍ତି ।

ମତାମତ ଦିଅନ୍ତୁ ।