ପ୍ରେମିକାକୁ ବିବାହ ପାଇଁ ସ୍ୱାମୀର ଷଡଯନ୍ତ୍ର, ଦୁଷ୍କର୍ମର ଶିକାର ହେଲା ପତ୍ନୀ

ନୂଆଦିଲ୍ଲୀ : ପ୍ରେମିକାକୁ ବିବାହ କରିବାକୁ ପ୍ରେମିକ ସବୁକିଛି କରିପାରେ। ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ସ୍ଵାମୀ ରଚିଥିବା ଷଡଯନ୍ତ୍ରରେ ସାଙ୍ଗ ଦ୍ୱାରା ସ୍ତ୍ରୀ ହୁଏ ଦୁଷ୍କର୍ମ ଶିକାର। ଛତିଶଗଡରେ ଘଟିଥିବା ଏପରି ଘଟଣା ଚର୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ, ବିବାହର ୪୦ଦିନ ପରେ ପ୍ରେମିକାକୁ ବିବାହ କରିବା ପାଇଁ ଅଭିଯୁକ୍ତ ଖିଲେନ୍ଦ୍ର ସ୍ତ୍ରୀକୁ ନେଇ ହୋଟେଲକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିଲେ ସାଙ୍ଗ କମଲେଶ୍‌। ହୋଟେଲ ରୁମ୍‌ରେ ଖିଲେନ୍ଦ୍ ସ୍ତ୍ରୀକୁ ବାଧ୍ୟ କରାଇ ଦୁଇଟି ଷ୍ଟାମ୍ପ କାଗଜରେ ଦସ୍ତଖତ କରାଇଥିଲେ। ସେଥିରେ ଥିଲା ଛାଡ଼ପତ୍ର ଓ ଅନ୍ୟଟି କମଲେଶ୍‌ଙ୍କ ସହ ବିବାହ ପାଇଁ ସହମତି। ପୀଡ଼ିତା ହୋଟେଲ ରୁମରେ କମଲେଶ୍‌ଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ପରେ ଖିଲେନ୍ଦ୍ର ତାଙ୍କୁ ନେଇ ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ । ଏହି ଘଟଣାର କିଛି ଦିନ ପରେ କମଲେଶ୍‌ ପୀଡ଼ିତାଙ୍କ ଘରେ ପହଞ୍ଚି ନିଜର ସ୍ତ୍ରୀ ବୋଲି ଦାବି କରିଥିବା ବେଳେ ଖିଲେନ୍ଦ୍ର କହିଥିଲେ ସେ ଚରିତ୍ରହୀନା।

କିନ୍ତୁ ପୋଲିସରେ ଅଭିଯୋଗ କରିବା କଥା ଶୁଣି କମ୍‌ଲେଶ ଖିଲେନ୍ଦ୍ରଙ୍କ ସବୁ ଷଡ଼ଯନ୍ତ୍ର ବିଷୟରେ ପୀଡ଼ିତାଙ୍କ ପରିବାରକୁ ଜଣାଇଥିଲେ। ସାମ୍ନାକୁ ଆସିଥିଲା ସତ। ଶେଷରେ ଗିରଫ ହୋଇଥିଲେ ଦୁଇବନ୍ଧୁ କମଲେଶ୍‌ ଓ ଖିଲେନ୍ଦ୍ର।

ମତାମତ ଦିଅନ୍ତୁ ।