ପ୍ରେମିକ ଓ ସାଙ୍ଗମାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇ ପ୍ରେମିକାର ଆତ୍ମହତ୍ୟା

ନୂଆଦିଲ୍ଲୀ : କୋଲକାତାରେ ପ୍ରେମିକ ପ୍ରେମିକା ସହିତ ବିଶ୍ୱାସ ଘାତକତା କରିଛି। ନିଜ ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ କରିଛି ଗଣଦୁଷ୍କର୍ମ। ଏହି ଘଟଣାରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛି ପ୍ରେମିକା। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତକୁ ଛାଡ଼ି ଅନ୍ୟମାନେ ଗିରଫ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ ପୀଡ଼ିତା ଶୁକ୍ରବାର ନିଜ ପ୍ରେମିକକୁ ଭେଟିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପ୍ରେମିକ ପୀଡ଼ିତାଙ୍କୁ ନେଇ ଏକ ଜନଶୁନ୍ୟ ସ୍ଥାନକୁ ଚାଲି ଯାଇଥିଲେ। ସେଠାରେ ତାର ବନ୍ଧୁମାନେ ଥିଲେ। ସମସ୍ତେ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡ କରିଥିଲେ। ପୋଲିସରେ ଅଭିଯୋଗ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଘରକୁ ଫେରି ପୀଡ଼ିତା ପୂରା ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇ ବିଷ ପିଇ ଦେଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ମୃତ୍ୟୁ ହୋଇଥିଲା।

ମତାମତ ଦିଅନ୍ତୁ ।