ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ସାମୟିକ ସ୍ଥଗିତ

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅର୍ଥାତ ଆଜିଠାରୁ ସମଗ୍ର ଦେଶରେ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ କରିବାକୁ ଯୋଜନା ଥିଲା। କିନ୍ତୁ କେନ୍ଦ୍ର ସରକାର ସାମୟିକ ଭାବେ ଏହାକୁ ସ୍ଥଗିତ ରଖିଛନ୍ତି। ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଚାଲୁଥିବାରୁ ହଠାତ ପ୍ଲାଷ୍ଟିକ ବନ୍ଦ କଲେ ଶିଳ୍ପଜଗତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ ପକ୍ଷରେ ଅନେକ ଲୋକ ମଧ୍ୟ ନିଯୁକ୍ତି ହରେଇବେ। ସେଥିପାଇଁ ପ୍ଲାଷ୍ଟିକ ବନ୍ଦ ଅପେକ୍ଷା ସରକାର ପ୍ରଥମେ ଲୋକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।

କେନ୍ଦ୍ର ପରିବେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ହେଲା ହଠାତ ପ୍ଲାଷ୍ଟିକ ନିଷିଦ୍ଧ କରାଯିବ ନାହିଁ। ପ୍ଲାଷ୍ଟିକର ବିପଦ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ବର୍ତ୍ତମାନ ସମୟ ପାଇଁ ପ୍ଲାଷ୍ଟିକ ନିୟନ୍ତ୍ରଣ, ସଚେତନତା ଓ ଉତ୍ପାଦନ ବନ୍ଦ ନିମନ୍ତେ ରାଜ୍ୟ ସରକାରମାନଙ୍କୁ କୁହାଯିବ।

ମତାମତ ଦିଅନ୍ତୁ ।