ପ୍ଲେ ଷ୍ଟୋରରୁ ୨୫ ଆଣ୍ଡ୍ରଏଡ ଆପ୍ ଅପସାରିତ

ନୂଆଦିଲ୍ଲୀ : ଗୁଗୁଲ୍ ପ୍ଲେ ଷ୍ଟୋରରୁ ପ୍ରାୟ ୨୫ଟି ଆଣ୍ଡ୍ରଏଡ ଆପ୍ ଅପସାରିତ ହୋଇଛି। ଏହି ଆପ୍ସ ବ୍ୟବହାରକାରୀଙ୍କ ଫେସବୁକ୍ ଲଗଇନ୍ ବିବରଣୀ ଚୋରି କରୁଥିବା ସୂଚନା ରହିଛି । ସାଇବର ସିକ୍ୟୁରିଟି ଫାର୍ମ ଇଭିନା ଗୁଗୁଲକୁ ଚେତାବନୀ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ଆପଗୁଡିକ ଏକ ମାଲୱେର୍ ସହିତ ଆସିଥିଲା, ​​ଯାହାକି ଯେତେବେଳେ ଆପଣ ନିଜ ଫୋନରେ ବ୍ୟବହାର କରନ୍ତି ସେତେବେଳେ ଆପଣଙ୍କର ଫେସବୁକ୍ ଲଗଇନ୍ ବିବରଣୀଗୁଡିକର ରେକର୍ଡ ରଖିନିଏ। ଏହି ୨୫ଟି ଆପରେ ସମୁଦାୟ ୨ମିଲିୟନରୁ ଅଧିକ ଡାଉନଲୋଡ୍ ରହିଥିଲା। ସାଇବର ସିକ୍ୟୁରିଟି ଫାର୍ମ ଇଭିନା ଏହି ୨୫ଟି ଆପ୍ସର ତାଲିକା ନିଜର ୱେସାଇଟରେ ଦେବା ସହ ଫୋନରୁ ଏହାକୁ ଡିଲିଟ୍ କରିବା ପାଇଁ ପରାମର୍ଶ ଦେଇଛି। ଏହା ମଧ୍ୟରେ ଏନିମେ ଲାଇଭ୍ ୱାଲପେପର୍ସ, ପ୍ଲସ ୱେଦର, ଉକ୍ସିଆ ରିଡର, ସ୍କ୍ରିନସଟ୍ କ୍ୟାପଚର,କମ୍ପୋଜିଟ୍ ଜେଡ୍, ଫାଇଲ୍ ମ୍ୟାନେଜର, ସିନ୍ଥେଟିକ୍ ଜି, ଜଙ୍କ ଫାଇଲ୍ କ୍ଲିନିଙ୍ଗ, କ୍ଲାସିକ କାର୍ଡ ଗେମ୍, ଆକ୍ୟୁରେଟ୍ ସ୍କାନିଙ୍ଗ୍, ସୁପର ଫ୍ଲାସ୍ ଲାଇଟ୍,ପେଡୋ ମିଟର, ଭିଡିଓ ମେକର ଶ୍ରେଣୀର ଆପ୍ ରହିଛି।

ମତାମତ ଦିଅନ୍ତୁ ।