ଫଟୋରେ ଦେଖନ୍ତୁ : ଫରେଷ୍ଟଗାର୍ଡଙ୍କ ସହ ରେଞ୍ଜରଙ୍କ ପ୍ରେମଲୀଳା

ଭୁବନେଶ୍ଵର : ସରକାରୀ କାର୍ଯ୍ୟାଳୟରେ ମହିଳା ଫରେଷ୍ଟଗାର୍ଡଙ୍କ ସହିତ ରେଞ୍ଜରଙ୍କ ରୋମାନ୍ସ। ବାଲେଶ୍ଵର କୁଲଡ଼ିହା ରେଞ୍ଜ ଅଫିସରଙ୍କ ଏହି ରୋମାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପ୍ରଘଟ ହୋଇଛି।

ଖବର ହେଲା କୁଲଡ଼ିହା ରେଞ୍ଜଅଫିସର କାର୍ଯ୍ୟଳୟ ଭିତରେ ମହିଳା ଫରେଷ୍ଟଗାର୍ଡଙ୍କ ସହ ରୋମାନ୍ସ କରୁଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରେଞ୍ଜ ଅଫିସର ମହିଳା ଫରେଷ୍ଟ ଗାର୍ଡଙ୍କୁ ଆଲିଙ୍ଗନ କରିବା ସହ ଚୁମା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାବୁ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି ଆଉ ସେ ମଧ୍ୟ ବାବୁଙ୍କ ମୁଣ୍ଡ କୁଣ୍ଡାଇଦେବା ସହ ଖୁସିରେ ଆଲିଙ୍ଗନ କରୁଛନ୍ତି। ଭିଡିଓଟି ଏବେ ଲୋକଙ୍କ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିବା ବେଳେ ରେଞ୍ଜରଙ୍କର କୁଆଡେ ଏସିଏଫ୍ ଭାବେ ବାରିପଦାକୁ ବଦଳି ହୋଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।