ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ ପୋଲିସ ଦ୍ଵାରା ଅଟକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ କେତେକ ମହିଳା ସଂଗଠନ ନେତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୋଲିସ ଆଜି ୬ଜଣଙ୍କୁ ଅଟକ ରଖିଛି। ଏ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସର ମୁଖ୍ୟ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଓ ଝିଅ ସାଫିୟା। ପୋଲିସର କହିଛି ସୋଫିୟା ଓ ସୁରେୟା ମହିଳାଙ୍କ ଏକ ଗୋଷ୍ଠୀର ନେତୃତ୍ଵ ନେଉଥିଲେ।

ମତାମତ ଦିଅନ୍ତୁ ।