ଫିଡବ୍ୟାକ୍ ଏନର୍ଜି ପକ୍ଷରୁ ପାୱାର ସେକ୍ଟର ସ୍କିଲ୍ କାଉନସିଲ୍ ସହ ସହବନ୍ଧନ ସ୍ଥାପନ

ଭୁବନେଶ୍ୱର : ଶିକ୍ଷା ଓ ବିକାଶ ଅଭିଯାନକୁ ଜାତୀୟ ସ୍ତରକୁ ନେଇ ଫିଡବ୍ୟାକ୍ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡକୋ) ପକ୍ଷରୁ ଫେଡକୋ ପାୱାର ସେଂଟର ଅଫ ଏକ୍ସିଲେନ୍ସର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି। ଏହା ଶକ୍ତି କ୍ଷେତ୍ର ପାଇଁ କୌଶଳ ବିକାଶ କାର୍ଯ୍ୟକ୍ରମ ପ୍ରଦାନ କରିବ।

ଏହି ଅବସରରେ ପାୱାର ସେକ୍ଟର ସ୍କିଲ୍ କାଉନ୍ସିଲ୍ ସିଇଓ ବିନୋଦ ବିହାରୀ କହିଛନ୍ତି ଓଡ଼ିଶା ରାଜ୍ୟ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରଶିକ୍ଷଣ ଓ ସାର୍ଟିଫିକେସନ କାର୍ଯ୍ୟକ୍ରମକୁ ଉଲ୍ଲେଖନୀୟ ସ୍ତରକୁ ସଂପ୍ରସାରିତ କରିବା ଲାଗି ପାୱାର ସେକ୍ଟର ସ୍କିଲ୍ କାଉନସିଲ୍ ମହତ୍ୱକାଂକ୍ଷୀ ଯୋଜନା ରଖିଛି। ପ୍ରଭାବଶାଳୀ ଓ ବିଶ୍ୱାସନୀୟ ଶକ୍ତି ଯୋଗାଣ କ୍ଷେତ୍ରର ବର୍ଦ୍ଧିତ ଗୁରୁତ୍ୱ ସହିତ ଏହି କ୍ଷେତ୍ରରେ ପ୍ରଯୁକ୍ତିରେ ଘଟିଥିବା ଉନ୍ନତିକୁ ଦୃଷ୍ଟିରେ ରଖି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ। ନୂତନ ଆହ୍ୱାନକୁ ସାମ୍ନା କରିବା ଲାଗି ଶିଳ୍ପର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ପାଇଁ ଏହି ସହଯୋଗିତା ଆମ ପାଇଁ ସହାୟକ ହେବ।

ମତାମତ ଦିଅନ୍ତୁ ।