ଫୋର୍ବସ ଧନୀ ତାଲିକାର ୬ଷ୍ଠ ସ୍ଥାନରେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ଫୋର୍ବସ ବିଶ୍ୱ ଧନୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ରହିଛନ୍ତି ପ୍ରଥମ ସ୍ଥାନରେ। ଅର୍ଥାତ ପୂର୍ବ ସ୍ଥାନ ବଜାୟ ଥିବା ବେଳେ ତାଙ୍କ ସମ୍ପତ୍ତିର ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି। ସେହିପରି ଦ୍ଵିତୀୟ ସ୍ଥାନରେ ବର୍ନାଡ ଆର୍ନଲ୍ଟ। ସମ୍ପତ୍ତିର ମୂଲ୍ୟ ୧୧୪.୫ ବିଲିୟନ ଡଲାର। ୩ୟ ସ୍ଥାନରେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ। ସଂପତ୍ତି ୧୧୪.୩ ବିଲିୟନ ଡଲାର। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୪ର୍ଥ ରେ ଅଛନ୍ତି। ତାଙ୍କ ସଂପତ୍ତି ୧୦୧.୭ ବିଲିୟନ ଡଲାର। ୫ମ ସ୍ଥାନରେ ଓ୍ଵାରେନ ବଫେଟ। ସମ୍ପତ୍ତିର ମୂଲ୍ୟ ୮୧.୬ ବିଲିୟନ ଡଲାର। ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି ଭାରତର ମୁକେଶ ଅମ୍ବାନି। ତାଙ୍କ ସମ୍ପତ୍ତି ୮୧.୧ ବିଲିୟନ ଡଲାରକୁ ବୃଦ୍ଧି ହୋଇଛି।

ସେହିପରି କେବଳ ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ଜେଫ ବେଜୋସ ବିଶ୍ୱର ୧ ନମ୍ବର ଧନୀ ମାନ୍ୟତା ବଜାୟ ରଖିଛନ୍ତି। ତାଙ୍କର ମୋଟ ୧୯୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହି ତାଲିକାର ୭ମ ସ୍ଥାନରେ ରହିଛନ୍ତି ଭାରତର ମୁକେଶ ଅମ୍ବାନି। ତାଙ୍କ ସମ୍ପତ୍ତି ପରିମାଣ ୭୯ ବିଲିୟନ ଡଲାରକୁ ହ୍ରାସ ପାଇଛି।

ମତାମତ ଦିଅନ୍ତୁ ।