ବକ୍ସ ଅଫିସରେ ଧମାଲ କରୁଛି “ଛିଛୋରେ”

ମୁମ୍ବାଇ : କଲେଜ ଲାଇଫ ଉପରେ ଆଧାରିତ ଫିଲ୍ମ “ଛିଛୋରେ” ଏବେ ବକ୍ସ ଅଫିସରେ ଧମାଲ କରୁଛି। ନିତେଶ ତିୱାରିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ସିନେମାକୁ ଦର୍ଶକ ପସନ୍ଦ କରୁଛନ୍ତି। ମୁଖ୍ୟ ଭୂମିକରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁର।

ଫିଲ୍ମ “ଛିଛୋରେ” ପ୍ରାୟ ୧୨୦୦ରୁ ୧୩୦୦ଟି ହଲରେ ରିଲିଜ ହୋଇଛି। ପ୍ରଥମ ଦିନରେ କରିଛି ଭଲ ବ୍ୟବସାୟ। ଦୁଇ ଦିନରେ ଆୟ ହୋଇଛି ୧୯.୫୭ କୋଟି। ଟ୍ରେଡ ଏନାଲିଷ୍ଟ ତରଣ ଆଦର୍ଶଙ୍କ କହିବା ଅନୁଯାୟୀ “ଛିଛୋରେ”ର ଓପନିଙ୍ଗ ଦିନ ଆୟଠାରୁ ଦ୍ୱିତୀୟ ଦିନରେ ୬୭.୫୭ ପ୍ରତିଶତ ବୃଦ୍ଧି ହୋଇଥିଲା। ଫିଲ୍ମର ମୋଟ ୭୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଥିବା ବେଳେ ଆୟ ଅଧିକ ହେବ ବୋଲି ଅନୁମାନ କରାଯାଉଛି। 

ମତାମତ ଦିଅନ୍ତୁ ।