ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ଦ୍ଦେଶ

ନୂଆଦିଲୀ: ମାସକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାକୁ ଖାଲି କରିବାକୁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୧ ତାରିଖ ସୁଦ୍ଧା ସେ ଘର ଖାଲି ନ କଲେ, ତାଙ୍କୁ ଫାଇନ୍‌ ଦେବାକୁ ପଡ଼ିବ ବୋଲି ଆଜି ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରିୟଙ୍କାଙ୍କୁ ନୋଟିସ ଦିଆଯାଇଛି। ଦିଲ୍ଲୀର ୩୫ ଲୋଧି ଇଷ୍ଟେଟ ବଙ୍ଗଳା ସରକାରଙ୍କ ପକ୍ଷରୁ ପ୍ରିୟଙ୍କାଙ୍କ ନାଁରେ ଆଲଟମେଣ୍ଟ ହୋଇଥିଲା। କିନ୍ତୁ ସରକାର ଏହାକୁ ରଦ୍ଦ କରିଦେଇଛନ୍ତି। ଫଳରେ ପ୍ରିୟଙ୍କାଙ୍କୁ ଅଗଷ୍ଟ ୧ ପୂର୍ବରୁ ବଙ୍ଗଳା ଖାଲି କରିବାକୁ ପଡ଼ିବ।

୨୦୧୯ ନଭେମ୍ବର ମାସରେ ପ୍ରିୟଙ୍କାଙ୍କୁ ସରକାର ଯୋଗାଇ ଦେଉଥିବା ଏସପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନେଇଥିଲେ। ଏହା ବଦଳରେ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି। ଦେଶରେ ଯେଉଁମାନଙ୍କୁ ଏସପିଜି ସୁରକ୍ଷା ମିଳିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ରହିବା ପାଇଁ ବଙ୍ଗଳା ମଧ୍ୟ ମିଳିବ। ଏହି କ୍ରମରେ ୧୯୯୭ରୁ ପ୍ରିୟଙ୍କା ଥ୍ରୀ-ରୁମ ଟାଇପ୍ ଭିଆଇ ବଙ୍ଗଳାରେ ରହୁଥିଲେ। କିନ୍ତୁ ୨୦୧୯ ନଭେମ୍ବର ମାସରେ କାହାକୁ ଏସପିଜି ସୁରକ୍ଷା ମିଳିବ, ସେନେଇ ମୋଦି ସରକାର ନୂଆ ନିୟମ ପ୍ରଣୟନ କରିଥିଲେ।

ମତାମତ ଦିଅନ୍ତୁ ।