ନୂଆଦିଲ୍ଲୀ : ଚଳିତ ମାସରୁ ମିଳିବ କରୋନା ଔଷଧ। ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାର ଆସିବ ବୋଲି ଘୋଷଣା କରିଛି ଔଷଧ ନିର୍ମାତା କମ୍ପାନି ମାଇଲନ୍ ଏନଭି। ୧୦୦ଏମଜି ରେମଡେସିବିର ମୂଲ୍ୟ ୪,୮୦୦ଟଙ୍କା ରହିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ମାଇଲନ ଏନଭିକୁ ରେମଡେସିବିରର ଜେନେରିକ୍ ସଂସ୍କରଣକୁ ଭାରତରେ ଲଞ୍ଚ କରିବାକୁ ଅନୁମତି ଦେଇଛି। ରେମଡେସିବିରର ଉତ୍ପାଦନ ଓ ମାର୍କେଟିଂ ପାଇଁ ଅନୁମୋଦନ ପରେ କମ୍ପାନି ‘ଡେସରେମ୍’ ନାମରେ ଏହି ଔଷଧ ଭାରତରେ ବଜାର ପ୍ରବେଶ କରାଇବ। ଯାହାକୁ ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ। ପୂର୍ବରୁ ଦୁଇଟି ଭାରତୀୟ କମ୍ପାନୀ ସିପ୍ଲା ଲିମିଟେଡ୍ ଓ ହେଟେରୋ ଲ୍ୟାବ ମଧ୍ୟ ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ସିପ୍ଲା ଔଷଧର ମୂଲ୍ୟ ୫,୦୦୦ ଟଙ୍କା ଥିବାବେଳେ ହେଟେରୋ ଔଷଧର ମୂଲ୍ୟ ୫,୪୦୦ଟଙ୍କା ରହିଛି।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଔଷଧ ନିର୍ମାତା କମ୍ପାନି ମାଇଲନ୍ ଏନଭି ଏକ ବଡ଼ ଘୋଷଣା କରିଛି ।