ବଜ୍ରପାତ ନେଲା ୩ ଜଣ ଚାଷୀଙ୍କ ଜୀବନ

ଭୁବନେଶ୍ଵର : ରବିବାର ଅପରାହ୍ଣରେ ୩ ଜଣ ଚାଷୀ ବଜ୍ରାପାତର ଶିକାର ହୋଇଛନ୍ତି। ବିଲରେ କାମ କରୁଥିବା ବେଳେ ଚାଲି ଯାଇଛି ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ ବରକନ୍ଧା ଗ୍ରାମର ଗାଣ୍ଡୁଆ ରାଉତଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଗାଣ୍ଡୁଆ ରାଉତ ଚେତାଶୂନ୍ୟ ହୋଇ ପଡ଼ିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତଘୋଷଣା କରିଥିଲେ।

ସେହିପରି କଟକ ଜିଲ୍ଲାର ସାଲେପୁରର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ବିଲରେ କାମ କରୁଥିବା ବେଳେ ଲେଖନପୁର ଗାଁର ରଞ୍ଜନ ବେହେରା ଓ ମାହାଙ୍ଗା ଅଞ୍ଚଳରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।