ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ

ଭୁବନେଶ୍ଵର : ଆମିକସ୍‌କ୍ୟୁରି ରଞ୍ଜିତ କୁମାର ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଆଜି ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟ୍ ଓ ୩୦ ପ୍ଲାଟୁନ ଫୋର୍ସଙ୍କୁ ନେଇ ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ଲଙ୍ଗୁଳି ମଠ ପଟରୁ ପ୍ରଶାସନ ଉଚ୍ଛେଦ କରୁଛି। ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି। ତେବେ ମଠରେ ଥିବା ବିଜେସ୍ଥଳି, ଗାଦିସ୍ଥଳି, ରୋଷଘର ଓ ହନୁମାନ ମନ୍ଦିର ଉଚ୍ଛେଦ ହେବନି ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।