ବଣ୍ଡାଘାଟିରେ ପୁଲିସ-ନକ୍ସଲ୍‌ ମୁହାଁମୁହିଁ

ଭୁବନେଶ୍ଵର : ବୁଧବାର ପ୍ରତ୍ୟୁଷରୁ ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଣ୍ଡାଘାଟିରେ ପୁଲିସ ଓ ନକ୍ସଲ୍‌ଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନେକ ନକ୍ସଲ୍‌ ମୃତହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାମ ସିନ୍ଧ୍ରିମାଲାର ଜୟରାମ କବାସି। ଆହତ ଯବାନ ରାମ ଦୁରୁଆଙ୍କୁ ଚିକିତ୍ସା ନିମନ୍ତେ ଏୟାର୍‌ ଆମ୍ବୁଲାନ୍‌ସ୍‌ ଯୋଗେ ବିଶାଖାପାଟଣା ପଠାଯାଇଛି। ଖବର ଅନୁଯାୟୀ ବଣ୍ଡାଘାଟି ଅଞ୍ଚଳର ପାଟଣାଗୁଡ଼ା ଗାଁ ପାଖ ଜଙ୍ଗଲରେ ନକ୍ସଲ୍‌ମାନେ କ୍ୟାମ୍ପ୍‌ ପକାଇଥିବା ସୂଚନା ପାଇବା ପରେ ମାଲକାନଗିରି ଏସ୍‌ପି ଋଷିକେଶ ତିଲାରି ଡିଭିଏଫ୍‌ ଓ ଏସ୍‌ଓଜିଙ୍କୁ ନେଇ ସେଠାରେ ଚଢ଼ଉ କରିଥିଲେ। ପୋଲିସକୁ ଦେଖିବାମାତ୍ରେ ନକ୍ସଲ୍‌ମାନେ ପ୍ରଥମେ ଗୁଳି ଚଳାଇବାରୁ ପୋଲିସ ଏହାର ଜବାବ ଦେଇଥିଲା।

ମତାମତ ଦିଅନ୍ତୁ ।