ବଦନାମ୍ କରିଦେବାର ଧମକ ଦେଇ ମହିଳାଙ୍କୁ ବର୍ଷେକାଳ ୬ଯୁବକ କରୁଥିଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ବଦନାମ କରିଦେବାର ଭୟ ଦେଖାଇ ୬ଜଣ ଯୁବକ ଜଣେ ମହିଳାଙ୍କୁ ବର୍ଷେ ହେଲା ଗଣ ଦୁଷ୍କର୍ମ କରୁଥିଲେ। ଏପରି ଘଟଣା ହରିୟାଣା ଜିନ୍ଦ ସହରରେ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ୬ଜଣଙ୍କ ବିରୋଧରେ ଗଣଦୁଷ୍କର୍ମ, ଯୌନ ଶୋଷଣ, ଧମକ ଦେବା ସହ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।

ପୀଡିତା ଅଭିଯୋଗ କରିଛି ପ୍ରାୟ ବର୍ଷେ ହେବ ତାଙ୍କ କଲୋନୀରେ ରହୁଥିବା ଦୁଇଜଣ ଯୁବକ ତାଙ୍କ ଘରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏ ଘଟଣା ସଂପର୍କରେ କାହାରିକୁ କିଛି କହିଲେ ବଦନାମ କରିଦେବା ସହ ପରିଣାମ ଭୟଙ୍କର ହେବ ବୋଲି ଦେଇଥିଲେ ଧମକ। ଏ ଦୁଇ ଜଣଙ୍କ ସହିତ ଅନ୍ୟ ୪ଜଣ ଯୁବକ ପୁଣି ଥରେ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲେ। ବର୍ଷେ ହେଲା ଯୁବକମାନେ ଏପରି କାମ କରୁଥଲେ ହେଁ ବଦନାମ ଭୟରେ ସେ ଚୁପ ରହୁଥିଲେ। ବିରୋଧ କଲେ ସ୍ଵାମୀ ଓ ବାହାର ଲୋକଙ୍କୁ ଜଣାଇଦେବେ ବୋଲି ଧମକ ଦେଉଥିଲେ। ସେମାନଙ୍କ ଅତ୍ୟାଚାର ଅତିଷ୍ଠ ହୋଇ ଶେଷରେ ମହିଳା ଜଣଙ୍କ ପରିବାରଲୋକଙ୍କୁ ଏ ସଂପର୍କର ଜଣାଇଥିଲେ। ଆଉ ମହିଳା ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ମାମଲା ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଯୁବକମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ମତାମତ ଦିଅନ୍ତୁ ।