ବନ୍ଧୁ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ

ଭୁବନେଶ୍ୱର : ବନ୍ଧୁ ପତ୍ନୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସହିଦନଗର ପୋଲସ ବାଙ୍କୀ ତୁଳସିପୁରର ମନୋଜ କୁମାର ସାହୁ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସର ସୂଚନା ଅନୁଯାୟୀ ମନୋଜଙ୍କ ଜଣେ ସାଙ୍ଗ କେଶୁରା ଗାଁର ଶ୍ରୀକ୍ଷେତ୍ରନଗରରେ ରହନ୍ତି। ସେଠାକୁ ମନୋଜ ଅନେକ ସମୟରେ ଯିବା ଆସିବା କରନ୍ତି। କିନ୍ତୁ ଗତ ୨୭ ତାରିଖରେ ସାଙ୍ଗ ପତ୍ନୀ ଏକାକିନୀ ଥିବା ବେଳେ ମନୋଜ ତାଙ୍କ ଘରକୁ ଯାଇଥିଲେ। ସାଙ୍ଗଙ୍କୁ ଅପେକ୍ଷା କରିବା ବାହାନାରେ ରହି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ପୀଡିତଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି। ସହିଦନଗର ପୋଲିସ ଏହି ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଇବା ପରେ ଅଭିଯୁକ୍ତକୁ ମନୋଜଙ୍କୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।