ବନ୍ୟା ଓ ବାତ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଏସଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବନ୍ୟା ଓ ବାତ୍ୟାରେ ରାଜ୍ୟର କେଉଁ ଅଞ୍ଚଳର କେତେସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର ଆକଳନ କରି ରିପୋର୍ଟ ଦାଖଲ ଦିଅ। ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ଏବଂ ବିପର୍ଯ୍ୟୟ ପରିଚାଳନା କମିସନର ତଥା ସଚିବ ବିଷ୍ଣୁପଦ ସେଠୀ।

ସେହିପର ପ୍ରତି ବ୍ଲକରେ କ୍ଷୟ କ୍ଷତିର ଆକଳନ ସହିତ ଏପ୍ରିଲ ମାସରୁ ଅକ୍ଟୋବର ମାସ ମଧ୍ୟରେ ହାରାହାରି ବୃଷ୍ଟିପାତର ପରିମାଣ ଜଣାଇବାକୁ ମଧ୍ୟ କୁହାଯାଇଛି। କେବଳ ସେତିକି ନୁହେଁ କେତେ ପରିମାଣର ଶସ୍ୟ, ପ୍ରାଣୀ ସଂପଦ, ମନୁଷ୍ୟ ମୃତ୍ୟୁ ଓ ଆହତ ହୋଇଛନ୍ତି ତା’ର ରିପୋର୍ଟ ଜିଲ୍ଲାପାଳମାନେ ଦେବେ। ଏହି ସମୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ସର୍ବଶେଷ ତଥ୍ୟ, ରିଲିଫ୍‌ ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ, ଜରୁରୀକାଳୀନ ରିଲିଫ୍‌ ବିତରଣ, ଫୁଡ୍‌ ପ୍ୟାକେଟ୍‌ର ଏୟାର ଡ୍ରପିଂ, ଏନ୍‌ଜିଓମାନଙ୍କ ଦ୍ୱାରା ଜରୁରୀକାଳୀନ ରିଲିଫ୍‌ ବିତରଣ, ପାନୀୟ ଜଳର ଉତ୍ସ, ସ୍ୱାସ୍ଥ୍ୟ, ମାନବ ଚିକିତ୍ସା, ପ୍ରାଣୀ ଚିକିତ୍ସା ଆଦି ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହଯାଇଛି।

ମତାମତ ଦିଅନ୍ତୁ ।