ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ବରଗଡ଼ : ଜିଲ୍ଲା ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘର ଓ ଅଫିସ୍ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଛି।

ଖବର ଅନୁଯାୟୀ ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଚଢଉରେ ସାମିଲ ହୋଇଛନ୍ତି। ଗୁରୁବାର ସକାଳେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ବରଗଡ଼ର ସରସ୍ଵତୀ ଏକକ୍ଲେଭରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟରେ ଚଢଉ ହୋଇଛି। ଏହାଛଡା ତାଙ୍କ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୁପାଲିର ପୈତୃକ ଘର ସମେତ ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର ଓ ବୁର୍ଲାସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଚଢଉ କରିଛି। ଏହି ସମୟରେ ଟଙ୍କା ଓ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ମତାମତ ଦିଅନ୍ତୁ ।