ବରମୁଣ୍ଡାରେ ଛୁରାମାଡ଼, ୨ ଗୁରୁତର

ଭୁବନେଶ୍ଵର : ଶନିବାର ରାତିରେ ବରମୁଣ୍ଡା ପ୍ରଧାନସାହି ଗଣେଶ ପୂଜାମଣ୍ଡପ ନିକଟରେ ଘଟିଥିବା ଗଣ୍ଡଗୋଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବରମୁଣ୍ଡା ଗାଁର ଜଗନ ରାଉତରାୟ ଓରଫ୍ ଗୁଡ଼ୁ ଓ ସିଲୁ ପ୍ରଧାନ। ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଖଣ୍ଡଗିରି ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଯାଞ୍ଚ କରୁଛି। ଗଣେଶ ପୂଜା ଚାନ୍ଦାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ କେହି କେହି ଏହା ପୂର୍ବ ଶତ୍ରୁତାର ହୋଇଛି ବୋଲି କହୁଛନ୍ତି।

ମତାମତ ଦିଅନ୍ତୁ ।