ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି, ସ୍କୁଲ ଓ କଲେଜ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ଵର: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ଜଟିଳ ହୋଇଛି। ପୋଟେରୁ, କାଙ୍କୁରୁକୁଣ୍ଡା, କୋରୁକୁଣ୍ଡା ଓ ଏମ୍ ଭି-୩୭ ପୋଲ ଉପରେ ଚାଲିଛି ୪-୫ ଫୁଟ ଉଚର ପାଣି। ଫଳରେ ୩୨୬ ନଂ ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇଯାଇଛି । କାଲିମେଳା, ମୋଟୁ ଅଞ୍ଚଳ ବାହ୍ୟ ଜଗତରୁ ହୋଇଯାଇଛି ବିଚ୍ଛିନ୍ନ। ବନ୍ୟା ଆଶଙ୍କାକୁ ଦେଖି ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି।

ମତାମତ ଦିଅନ୍ତୁ ।