Wed. Dec 11th, 2019

ବର୍ଷା ଓ ବନ୍ୟାରେ ଗଲାଣି ୮ ଜୀବନ: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ବର୍ଷା ଓ ବନ୍ୟାରେ ରାଜ୍ୟର ୮ ଜଣଙ୍କ ଜୀବନ ଯାଇଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ। ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କେତେକ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାହାଣ୍ଡି ଓ ବଲାଙ୍ଗିରର ୪ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଏହି ଶ୍ରୀ ସେଠୀଙ୍କ ସୂଚନା ଅନୁଯାୟୀ କିଛି ସ୍ଥାନରେ ୩୦୦ରୁ ୪୦୦ ମିମି ବର୍ଷା ହୋଇଥିବା ବେଳେ କରଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ମିମି ବର୍ଷା ରେକର୍ଡ ହୋଇଛି।୪୦ଟି ବ୍ଲକରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। କନ୍ଧମାଳ ଓ ସୋନପୁରରେ ହୋଇଛି ୧୨୫ ମିମି ବର୍ଷା। ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି , ସୋନପୁର ଓ କନ୍ଧମାଳ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଟିମ୍ ମୁତୟନ ଥିବାବେଳେ ବଲାଙ୍ଗିରକୁ ଏନଡିଆରଏଫ ଟିମ୍ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କମିଶନର ସେ କହିଥିଲେ।

Leave a Reply

Your email address will not be published. Required fields are marked *