ବଲୁଚୀସ୍ତାନ ସ୍ୱାଧୀନ ହେଲେ ମୋଦିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ-ନାୟଲା କାଦରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହିରୋ’। ପାକିସ୍ତାନ ଅଧିନରୁ ସେ କେବଳ ବଲୁଚୀସ୍ତାନକୁ ସ୍ୱାଧୀନ କରାଇ ପାରିବେ। ବଲୁଚୀସ୍ତାନ ସ୍ଵାଧୀନ ହେଲେ ପ୍ରଥମେ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଏହି ଘୋଷଣା କରିଛନ୍ତି ବଲୁଚୀ ମହିଳା ନେତ୍ରୀ ନାୟଲା କାଦରୀ।

କାଦରୀ କହିଛନ୍ତି ଯେ, ବଲୁଚୀସ୍ତାନ ନିଜର ସ୍ୱାଧୀନତା ପାଇଁ ଲଢ଼େଇ କରୁଛି। ଦୀର୍ଘ ୭୦ ବର୍ଷ ହେଲା ପାକିସ୍ତାନ ଏଠାରେ ଅତ୍ୟାଚାର ଚଳାଇ ଆସୁଛି। ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଛନ୍ତି। ତେଣୁ ମୋଦି ବଲୁଚୀସ୍ତାନ ପାଇଁ ହିରୋଙ୍କ ଠାରୁ କମ୍ ନୁହଁନ୍ତି। ସେ ଆମର ଭାଇ। ମୋଦୀ ଯେଉଁଭଳି ନିଷ୍ପତ୍ତି ନେଲେ ବିଶ୍ୱର କୌଣସି ନେତା ଏପର୍ଯ୍ୟନ୍ତ ନେଇ ନାହାନ୍ତି। ତାଙ୍କ ପଦକ୍ଷେପ ବିରୋଧରେ ବିଶ୍ୱର ଜଣେ ବି ନେତା ମୁହଁ ଖୋଲି ପାରି ନାହାନ୍ତି ବୋଲି କାଦରୀ କହିଛନ୍ତି।

କ୍ୱାଦରୀ କହିଛନ୍ତି ବଲୁଚୀମାନଙ୍କୁ କେବଳ ଭାରତର ସୈନ୍ୟବଳର ଆବଶ୍ୟକତା ରହିଛି। ଭାରତର ଏହି ସାହାଯ୍ୟ ହିଁ ପାକିସ୍ତାନ କବଳରୁ ବଲୁଚୀସ୍ତାନକୁ ମୁକ୍ତ କରିପାରିବ। ଯାହାଫଳରେ ବଲୁଚୀର ହିନ୍ଦୁ ଦେବୀ ‘ହିଙ୍ଗଲାଜ ମାତା’ଙ୍କ ଦର୍ଶନ ନିମନ୍ତେ କୌଣସି ଭାରତୀୟଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ। ବର୍ତ୍ତମାନ ସୁନ୍ଧା ୩୦ ଲକ୍ଷ ବେଙ୍ଗଲୀ ମୁସ୍ଲିମ, ୪୦ ଲକ୍ଷ ଆଫଗାନ ମୁସ୍ଲିମ୍ ଓ ୨ ଲକ୍ଷରୁ ଅଧିକ ବଲୁଚୀ ମୁସ୍ଲିମଙ୍କୁ ପାକିସ୍ତାନ ହତ୍ୟା କରିସାରିଲାଣି। ପାକିସ୍ତାନ ଓ ଚୀନ ମିଶି ବଲୁଚୀ ଜାତିକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ବୋଲି କାଦରୀ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।