ବସ୍ ଧକ୍କାରେ ୧ମୃତ, ଜଣେ ଗୁରୁତର

ଭୁବନେଶ୍ଵର : ଚକାଡୋଳା ନାମକ ଯାତ୍ରୀବାହୀ ବସ୍ ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଏକ ବାଇକ୍ କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଙ୍କୀ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଖବ ଅନୁଯାୟୀ ଆଜି ସକାଳେ ‘ଚକାଡୋଳା’ ନାମକ ଯାତ୍ରୀବାହୀ ବସ୍ ଭୁବନେଶ୍ଵରରୁ ଅନୁଗୋଳ ଅଭିମୁଖେ ଯାଉଥିବା ବଳେ ଅଂଶୁପା ହ୍ରଦ ନିକଟରେ ଆଠଗଡ ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଏହିରେ ଥିବା ଦୁଇଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ଆଠଗଡ ଅଂଚଳର ବିସ୍ମୟ କୁମାର ନନ୍ଦ।

ମତାମତ ଦିଅନ୍ତୁ ।