ବସ୍‌ ଓଲଟି୨୦ ଯାତ୍ରୀ ଆହତ

ଭୁବନେଶ୍ଵର : ଅନୁଗୁଳ ଜିଲ୍ଲା ନାକଚିଠାରେ ଏକ ଯାତ୍ରୀବାହୀ ବସ୍‌ କୁନାଲ ଦୁର୍ଘଟଣା ଗ୍ରସ୍ତ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ ଲୋକମାନେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ଭୁବନେଶ୍ୱରରୁ ସୁନ୍ଦରଗଡ଼ ଯାଉଥିବ ଏକ ଘରୋଇ ଯାତ୍ରୀବାହୀ ବସ୍‌ ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ଅନ୍ତର୍ଗତ ନାକଚିଠାରେ ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି ।  ହଣ୍ଡପା ପୋଲିସ ଘଟଣା ସ୍ଥଳରେ ପହଁଚି ବସ୍‌କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ କେନ୍ଦୁଝର ବଡ଼ବିଲ୍‌ ଥାନା ମାଉସୀ ମା’ ମନ୍ଦିର ନିକଟରେ ଏକ ଡମ୍ପର୍‌ ଓଲଟି ପଡ଼ିଛି । ଫଳରେ ଡମ୍ପର ଚାଳକ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି । 

ମତାମତ ଦିଅନ୍ତୁ ।