ବସ୍‌-ଟ୍ରକ ଧକ୍କାରେ ୨ ଆହତ

ଭୁବନେଶ୍ଵର : କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଘଟିଛି ଦୁର୍ଘଟଣା। ଯାତ୍ରୀବାହୀ ବସ ସହିତ ସିମେଣ୍ଟ ବୋଝେଇ ଟ୍ରକର ଧକ୍କା ହୋଇଛି। ଟ୍ରକ ଓଲଟି ପଡିବାରୁ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ସିମେଣ୍ଟ ବୋଝେଇ ଟ୍ରକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁରରୁ ବାଲିଗୁଡା ଆସୁଥିବା ନାରାୟଣୀ ନାମକ ଯାତ୍ରୀବାହୀ ବସ କଳିଙ୍ଗା ଘାଟିରେ ଯାଉଥିଲା। ଟ୍ରକଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ବୁଲାଣିରେ ଆଗରୁ ଆସୁଥିବା ବସକୁ ଦେଖି ବ୍ରେକ ମାରିବାରୁ ରାସ୍ତାରେ ଓଲଟି ପଡି ବସସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଥାନାର ଆଇଆଇସି ଚିତ୍ତରଞ୍ଜନ ବେହେରା ପହଞ୍ଚି ତଦନ୍ତ ଚଳେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।