ବସ୍-ଟ୍ରକ୍‌ର ଲମ୍ବ ଓ ଉଚ୍ଚତା ବଢ଼ିବ

ନୂଆଦିଲ୍ଲୀ : ସଡ଼କ ପଥରେ ଅଧିକ ଯାତ୍ରୀ ଓ ମାଲ ପରିବହନ ଉପରେ କେନ୍ଦ୍ର ସରକାର ଗୁରୁତ୍ଵ ଦେଉଛନ୍ତି। ବିଶେଷକରି ବସ୍ ଓ ମାଲବାହୀ ଟ୍ରକ୍‌ଗୁଡ଼ିକର ଲମ୍ବ ଓ ଉଚ୍ଚତା ବଢାଇବା ପାଇଁ ପରିବହନ ମନ୍ତ୍ରାଳୟ ଅନୁମୋଦନ ଦେଇଛି। ଏଣିକି ମାଲବାହୀ ଯାନର ଏକ୍ସିଲ୍ ଲୋଡ୍ ୨୫ ପ୍ରତିଶତ ବୃଦ୍ଧି ପାଇବ।

ପରିବହନ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ ଏବେ ସାଧାରଣ ବସ୍‌ର ଲମ୍ବ ୧୩. ୫ ମିଟର ପର୍ଯ୍ୟନ୍ତ କରାଯାଇ ପାରିବ। ପୂର୍ବରୁ ଏହା ୧୨ ମିଟର ମଧ୍ୟରେ ସୀମିତ ଥିଲା। ବସ୍‌ର ଲମ୍ବ ବୃଦ୍ଧି ଫଳରେ ଯାତ୍ରୀ ପରିବହନ କ୍ଷମତା ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇବ। ସେହିପରି ଟ୍ରଲି ବନ୍ଦ ଥିବା ବା ଆଇଏସ୍‌ଓ ୧ ଫ୍ରେଟ୍ କଣ୍ଟେନର୍ ହେଭି ଡିୟୁଟି ଟ୍ରକ୍‌ ଗୁଡ଼ିକର ସାମଗ୍ରିକ ଉଚ୍ଚତା ୪. ୫୨ ମିଟର ଯାଏଁ ବଢ଼ାଯାଇ ପାରିବ। ଅନ୍ୟାନ୍ୟ ହେଭି ଡିୟୁଟି ଟ୍ରକ୍‌ଗୁଡ଼ିକର ଉଚ୍ଚତା ବୃଦ୍ଧି ୪ ମିଟର ମଧ୍ୟରେ ସୀମିତ ରଖାଯାଇଛି। ପୂର୍ବରୁ ଏହା ୩. ୮ ମିଟର ମଧ୍ୟରେ ସୀମିତ ଥିଲା। ପଶୁସମ୍ପଦ ଓ ନିର୍ମାଣ ସାମଗ୍ରୀ, ମୋଟରଗାଡ଼ି ପରିବହନ ନିମନ୍ତେ ବ୍ୟବହୃତ ଟ୍ରକ୍‌, ଟ୍ରାକ୍ଟର୍ ଟ୍ରଲର୍‌ର କଣ୍ଟେନର୍‌ ଉଚ୍ଚତା ୪. ୭୫ ମିଟର ଯାଏଁ ବଢ଼ାଇବାକୁ ଅନୁମତି ମିଳିବ।

ମତାମତ ଦିଅନ୍ତୁ ।