ବସ୍ ଭଡ଼ା ବଢ଼ିଲା

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ରାଜ୍ୟ ସରକାର ଆଜି ବସ୍ ଭଡ଼ା ବଢ଼ାଇଛନ୍ତି। କିଲୋମିଟର ପିଛା ୨ରୁ ୪ ପଇସା ବଢ଼ିଛି ଭଡ଼ା। ସୂଚନା ଅନୁଯାୟୀ ସାଧାରଣ ବସ୍ ଭଡ଼ା କିମି ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ଭଡ଼ା ୭୩ରୁ ୭୫ ପଇସାକୁ ବଢ଼ିଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସା, ଏସି ଡିଲକ୍ସ ଭଡା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି ହୋଇଛି।

ମତାମତ ଦିଅନ୍ତୁ ।