ବହିଷ୍କୃତ ପୋଲିସ ଆଇଆଇସି ଆନନ୍ଦ ମାଝୀ ଗିରଫ

ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଆଜି ଚାକିରିରୁ ବହିଷ୍କାର କରାଯାଇଥିଲା। ଅପରାହ୍ଣରେ ତାଙ୍କୁ କ୍ର‌ାଇମବ୍ରାଞ୍ଚ ଗିରଫ କରିଛି। ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି ଅଭୟ। ଫେରାର ଆନନ୍ଦ ମାଝୀଙ୍କୁ ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅଞ୍ଚଳରୁ ଠାବ କରି କ୍ରାଇମବ୍ରାଞ୍ଚ ଗିରଫ କରିଛି।

ମତାମତ ଦିଅନ୍ତୁ ।