ବାକି ନ ଦେବାରୁ ଦୋକାନୀକୁ ଗୁଳିମାଡ

ଭୁବନେଶ୍ଵର : ବାକି ନ ଦେବାରୁ ଦୋକାନୀକୁ ଗୁଳିମାଡ। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଘଟିଛି। ସୂଚନା ଅନୁଯାୟୀ ସିଙ୍ଗିପୁର ଗାଁରେ ସୁଶାନ୍ତ ପାତ୍ର କରିଛନ୍ତି ତେଜରାତି ଦୋକାନ। ଗତକାଲି ସେ ନଥିବା ବେଳେ ଦୋକାନରେ ଥିଲେ ପତ୍ନୀ ଓ ପୁଅ । ଏହି ସମୟରେ ପହଞ୍ଚି ବାକି ମାଗିଥିଲେ ସଞ୍ଜୟ ବାରିକ। ପୂର୍ବ ବକେୟା ଦେଇନଥିବାରୁ ସେମାନେ ବାକି ଦେବାକୁ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ନିଜ ଘରକୁ ଯାଇ ମାଉଜର ଧରି ଆସିଥିଲେ। ସେତେବେଲକୁ ଦୋକାନରେ ସୁଶାନ୍ତ ବସିଥିବା ଦେଖି ସଞ୍ଜୟ ଗୁଳିମାଡ଼ କରିଥିଲେ। ସଞ୍ଜୟଙ୍କ ଗୁଳି ସୁଶାନ୍ତଙ୍କ ଅଣ୍ଟାରେ ବାଯିବାରୁ ସେ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସଞ୍ଜୟ ବାରିକ ଫେରାର ଥିବାରୁ ପୋଲିସ ଖୋଜୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।